ଆପଣଙ୍କୁ ବିଇଡି କରିବା ପାଇଁ ଆଉ ଗ୍ରାଜୁଏସନ୍ ଶେଷ କରିବାକୁ ପଡ଼ିବନାହିଁ। ଆପଣ ଚାହିଲେ ଯୁକ୍ତ ଦୁଇ ପାଠପଢ଼ା ପରେ ବି ବିଇଡି କରିପାରିବେ। ଏଭଳି ନିଷ୍ପତ୍ତିି ନେଇଛନ୍ତି ଉ୍ଚ୍ଚଶିକ୍ଷା ବିଭାଗ। ଏଥିପାଇଁ ରାଜ୍ୟ ସରକାରଙ୍କର ୮ଟି ଶିକ୍ଷକ ଶିକ୍ଷଣ ଅନୁଷ୍ଠାନ ସହ ଚୁକ୍ତିପତ୍ର ସ୍ୱାକ୍ଷରିତ ହୋଇଛି।
ଏବେ ରାଜ୍ୟରେ ରହିଛି ୧୬ ଟି ଶିକ୍ଷକ ଶିକ୍ଷଣ ଅନୁଷ୍ଠାନ। ସେଥିମଧ୍ୟରୁ ୮ଟି ଅନୁଷ୍ଠାନ ସହିତ ନିକଟସ୍ଥ ମହାବିଦ୍ୟାଳୟର ଚୁକ୍ତିପତ୍ର ସ୍ୱାକ୍ଷରିତ ହୋଇଛି। ଯେଉଁଥିରେ ଗ୍ରାଜୁଏସନ୍ ନୁହେଁ ଯୁକ୍ତ ଦୁଇ ପରେ ହେବ ବିଇଡି ପାଠପଢ଼ା। ଆସିବ ୪ ବର୍ଷର ନୂଆ ଆଇଟିଇପି ପାଠ୍ୟକ୍ରମ ପା ଇଣ୍ଟିଗ୍ରେଟେଡ୍ ଟିଚର୍ ଏଜୁକେଶନ ପ୍ରୋଗ୍ରାମ। ଏହି ନାଁ ରେ ନୂଆ ପାଠ୍ୟକ୍ରମ ରହିବ। ଜାତୀୟ ଶିକ୍ଷାନୀତି ଲାଗୁ ହେବା ପରେ ଅନେକ ସୃଜନଶୀଳ କାର୍ଯ୍ୟକ୍ରମ ଉଚ୍ଚଶିକ୍ଷା ବିଭାଗ ନେଉଛି। ସେଥି ମଧ୍ୟରୁ ଆଇଟିଇପି ଅନ୍ୟତମ। ଛାତ୍ରଛାତ୍ରୀଙ୍କ ସୁବିଧା ପାଇଁ ୫ ବର୍ଷ ବଦଳରେ ୪ ବର୍ଷରେ ଶିକ୍ଷକ ଶିକ୍ଷଣ କୋର୍ସ ଶେଷ କରିବା ପାଇଁ ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି। ବିଧାନସଭାରେ ଏକ ପ୍ରଶ୍ନର ଉତ୍ତରରେ ଉଚ୍ଚ ଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ୍ ଏହି ସୂଚନା ପ୍ରଦାନ କରିଛନ୍ତି। ଏହାଦ୍ବାରା ଅଧିକ ପିଲା ବିଇଡି ପାଠ୍ୟକ୍ରମ ପଢ଼ିବାର ସୁଯୋଗ ପାଇପାରିବେ ଏଵଂ ରାଜ୍ୟରେ ଶିକ୍ଷକ ଅଭବଜନିତ ସମସ୍ୟା ଦୂର ହୋଇପାରିବ।



