TT Ads

ଗତ ଶୁକ୍ରବାର ପାତ୍ରପଡ଼ାରେ ମୋ ବସ୍ ଦୁର୍ଘଟଣାରେ ଝିଅର ମୃତ୍ୟୁ ହୋଇଥିବା ବେବେ ଗୁରୁତର ହୋଇ ରାଜକୁମାରୀ ପ୍ରଧାନଙ୍କର ସୋମବାର ମୃତ୍ୟୁ ଘଟିଛି। ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଏଠାରେ ସୂଚାଇ ଦିଆଯାଇ ପାରେ ଯେ ଝିଅ ନନ୍ଦିନୀ ପ୍ରଧାନ ଦୁର୍ଘଟଣାସ୍ଥଳରେ ପ୍ରାଣ ହରାଇଥିଲେ। ପ୍ରତିବାଦରେ ଆଜି ପରିବାର ଲୋକେ ଏମ୍ସ ଆଗରେ ଧାରଣାରେ ବସିଛନ୍ତି।
ଖବର ନେବାରୁ ଜଣାପଡ଼ିଛି ଯେ, ଗତ ଶୁକ୍ରବାର ସନ୍ଧ୍ୟାରେ କଳିଙ୍ଗ ବିହାରରେ ରହୁଥିବା ନନ୍ଦିନୀ ପ୍ରଧାନ ଭାଇଙ୍କ ସହ ମାଆଙ୍କୁ ଛାଡ଼ିବା ପାଇଁ ବସଷ୍ଟାଣ୍ଡକୁ ଆସିଥିଲେ। କିନ୍ତୁ ମୋ ବସ୍ ଧକ୍କା ଦେବାରୁ ନନ୍ଦିନୀଙ୍କ ମୃତ୍ୟୁ ଘଟିଥିଲା। ଘଟଣାସ୍ଥରେରେ ତାଙ୍କ ମାଆ ଓ ଭାଇ ବିଦ୍ୟାସାଗରଙ୍କ ସମେତ ଅନ୍ୟ ତିନି ଜଣ ଆହତ ହୋଇଥିଲେ।
ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ଦେଖା ଦେଇଥିଲା।
ମୋ ବସ୍ ଚାଳକ ଘଟଣାସ୍ଥଳରୁ ଫେରାର ହେବାକୁ ବାହାରିବା ଦେଖି ଲୋକେ ଗୋଡ଼ାଇଥିଲେ। ବସ୍ ଚାଳକ ପ୍ରଶାନ୍ତ ଛୋଟରାୟ ଜୀବନ ବିକଳରେ ଗାଡ଼ିର ବେଗ ବଢ଼ାଇ ଖୋର୍ଦ୍ଧା ଦିଗରେ ପଳାଇଥିଲା। ପାଖାପାଖି ୨୦ ବାଇକରେ ଲୋକେ ତାକୁ ଗୋଡ଼ାଇ ଥିଲେ। ତଳଖେତା ଛକରୁ ବସ୍ଟି ମୋଡ଼ ବଦଳାଇ ତମାଣ୍ଡୋ ଦିଗରେ ଆସିଥିଲା ଏବଂ ତମାଣ୍ଡୋ ଥାନା ନିକଟରେ ଅଟକି ଥିଲା। ପିଛା କରୁଥିବା ଲୋକେ ତାକୁ ଥାନା ଆଗରେ ମଧ୍ୟ ମାଡ ମାରିଥିଲେ। ପୁଲିସ ବହୁ କଷ୍ଟରେ ବସ୍ ଚାଳକ ପ୍ରଶାନ୍ତକୁ ଉଦ୍ଧାର କରିଥିଲା।

OJ Ads

Leave a Reply

Your email address will not be published. Required fields are marked *