TT Ads

ରେଲୱେ ଟ୍ରାକ ଲଗାଇବା ପାଇଁ ବ୍ୟବହୃତ ଲୁହା ବାରରେ ଭର୍ତ୍ତି ଏକ ଲୋରୀ ଦୁଇଟି ଅଟୋରିକ୍ସାକୁ ଅତିକ୍ରମ କରିବା ବେଳେ ଦୁର୍ଘଟଣା ଘଟି ୭ ଜଣଙ୍କ ମୃତ୍ୟୁ ଘଟିଛି। ଲୋରିଟି ଅତିକ୍ରମ କରିବା ବେଳେ ଲୁହା ଦଣ୍ଡଗୁଡ଼ିକ ଅଟୋରିକ୍ସା ଉପରେ ପଡିଯିବାରୁ ଅଟୋରେ ଥିବା ଯାତ୍ରୀଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୪ ଜଣ ମହିଳା ଏବଂ ଜଣେ ଶିଶୁ ଅଛନ୍ତି।
ଖବର ନେବାରୁ ଜଣାପଡ଼ିଛି ଯେ ରବିବାର ତେଲେଙ୍ଗାନାର ଥିବା ୱାରଙ୍ଗାଲ – ମାମୁନୁରୁ ରାସ୍ତାରେ ଘଟିଛି ଏହି ଘଟଣା। ଆହତଙ୍କୁ ନିକଟସ୍ଥ ଏମଜିଏମ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତେବେ ଆହୁରି ଅନେକଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ମୃତ୍ୟୁ ସଂଖ୍ୟା ଆଗକୁ ବଢିପାରେ ବୋଲି କୁହାଯାଉଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଟ୍ରକ୍ ଡ୍ରାଇଭରକୁ ଗିରଫ କରିଛି।

TT Ads

Leave a Reply

Your email address will not be published. Required fields are marked *