TT Ads

ରାଜଧାନୀରେ ପୂରା ପୁଲିସ ଛାଉଣୀ। ଛକରେ ମାଳମାଳ ପୁଲିସ ଠିଆ ହୋଇଛନ୍ତି। ପିମ୍ପୁଡ଼ିକୁ ବି ବିନା ଚେକିଂ ରେ ଛାଡୁନାହାନ୍ତି। କିନ୍ତୁ କେମିତି ଅପରାଧୀ ଭିଆସୁଛନ୍ତି କାଣ୍ଡ ତାକୁ ନେଇ ପ୍ରଶ୍ନବାଚୀ

 ସାଧାରତନ୍ତ୍ର ଦିବସ ପାଳନ ପାଇଁ ରାଜଧାନୀରେ ସୁରକ୍ଷା ବଳୟ ଭିତରେ ରହିଥିବା ବେଳେ ଏମିତି ରାଜଧାନୀର ଛାତି କୁହାଯାଉଥିବା ଖୋଦ୍ ନୟାପଲ୍ଲୀ ଭିଆଇପି ଅଞ୍ଚଳରୁ ଜଣେ ବରିଷ୍ଠ ରାଜନେତା ତଥା ପୂର୍ବତନ ମନ୍ତ୍ରୀ ନିରଞ୍ଜନ ପଟ୍ଟନାୟଙ୍କ ଘରେ ପଶି ଲୁଟ୍ ହେବା ଘଟଣା ସମସ୍ତଙ୍କୁ ଚକିତ କରିଛି।
ସେହିଭଳି ଗତ ଜାନୁଆରୀ ୯ ତାରିଖରେ ପ୍ରବାସୀ ଦିବସ ପାଳନ ପାଇଁ ରାଜଧାନୀରେ ପୁଲିସ ଛାଉଣୀ ହୋଇଥିବା ବେଳେ ଅନ୍ୟଏକ ବଡଧରଣର କାଣ୍ଡ ଘଟିଥିଲା ଯାହା ପୁଲିସର ପରିବା ପଣିଆକୁ ପଦାରେ ପକାଇ ଦେଇଥିଲା। ପ୍ରବାସୀ ଦିବସ ପାଇଁ ପ୍ରଧାନମନ୍ତ୍ରୀ ଓଡ଼ିଶା ଆସିବାର ମାତ୍ର କିଛି ଘଣ୍ଟା ପୂର୍ବରୁ ଜାନୁଆରୀ ୯ ତାରିଖରେ ରସୁଲଗଡ଼ ବାଣୀବିହାର ରାସ୍ତାକଡ଼ରେ ଦୁର୍ବୃତ୍ତମାନେ ସହଦେବ ନାୟକଙ୍କୁ ଗୋଡେଇ ଗୋଡେଇ ଜାଣିଥିଲେ। ହାଣିବା ପରେ ମୁଣ୍ଡ ନେଇ ଦୟା ନଦୀରେ ପକାଇଥିଲେ।

ସବୁଠାରୁ ବଡ଼ ଓ ଗୁରୁତ୍ଵପୂର୍ଣ୍ଣ କଥା ହେଉଛି ମୃତ ସହଦେବ ଥିଲେ କେଦାରପଲ୍ଲୀ ଅଞ୍ଚଳର ପୁଲିସ ମିତ୍ର। ବସ୍ତିରେ ଚାଲିଥିବା ବ୍ରାଉନସୁଗର୍ କାରବାର ନେଇ ସେ ପୁଲିସକୁ ସୂଚନା ଦେଉଥିଲେ। ଯାହାର ପ୍ରତିଶୋଧ ନେବା ପାଇଁ ଦୁବୃର୍ତ୍ତମାନେ ଏଭଳି କରିଥିବା କୁହା ଯାଉଛି। ଏହା ପୂର୍ବରୁ ଅଭିଯୁକ୍ତମାନେ ସହଦେବଙ୍କୁ ହତ୍ୟା କରିବାକୁ ଧମକ ମଧ୍ୟ ଦେଇଥିଲେ। ସହଦେବ ଏଥିପାଇଁ ପୋଲିସଠାରୁ ସୁରକ୍ଷା ମାଗିଥିଲେ।
ଏହା ତ ଥିଲା ମାତ୍ର ଦୁଇଟି ଉଦାହରଣ। ଗତ କିଛିଦିନ ଧରି ରାଜଧାନୀରେ ଏଭଳି ଅପରାଧ କ୍ରମରେ ଚୋରି ଡକାୟତି ମଧ୍ୟ ବଢ଼ି ଚାଲିଛି। ସତରେ ରାଜଧାନୀରେ ପୁଲିସ ଅଛି କି ନାହିଁ ତାହା ମଧ୍ୟ ଅନେକଙ୍କ ମନରେ ସନ୍ଦେହର କାରଣ ପାଲଟିଛି।

TT Ads

Leave a Reply

Your email address will not be published. Required fields are marked *