TT Ads

ବାପା ଆଗରେ ପୁଅକୁ କରିଥିଲେ ଵୀଭତ୍ସ ହତ୍ୟା। ଡିସିପି ଅଫିସ ଠାରୁ ମାତ୍ର ୧୦୦ ମିଟର ଦୂରରେ ଘଟିଥିଲା ହତ୍ୟାକାଣ୍ଡ

ଜଣେ ଅଟୋ ଚାଳକକୁ ଛୁରୀ ଭୁଷି ହତ୍ୟା କରିଥିବା ଦୁଇ ଅଭିଯୁକ୍ତକୁ ଆଜୀବନ ଜେଲ ଦାଣ୍ଡରେ ଦଣ୍ଡିତ ହୋଇଛନ୍ତି। ହତ୍ୟାକାରୀ ମନୋଜ ଦାସ ଓ ଅଶୋକ ଦାସଙ୍କୁ ଆଜୀବନ ଦଣ୍ଡାଦେଶ ଦେଇଛନ୍ତି ଜିଲ୍ଲା ଦୌରା ଜଜ୍। ଅଭିଯୁକ୍ତ ଅଶୋକ ଓ ମନୋଜଙ୍କ ଘର ବାଣୀବିହାର ନିକଟ ପଥରବନ୍ଧ ବସ୍ତିରେ ବୋଲି ଜଣା ପଡ଼ିଛି।ଏକ ବିରଳରୁ ବିରଳ ମାମଲା ଭାବେ ଏହାକୁ ବିଚାର କରି ବିଚାରପତି ଏହି ଦଣ୍ଡାଦେଶ ଦେଇଛନ୍ତି। ପ୍ରକାଶ ଥାଉ କି ଗତ ୨୦୨୨ ମସିହା ଅଗଷ୍ଟ ୩୦ ତାରିଖରେ ଉଠାଦୋକାନକୁ କେନ୍ଦ୍ରକରି ଏହି ହତ୍ୟାକାଣ୍ଡ ଘଟିଥିଲା। ଅଟୋଚାଳକ ସୌମ୍ୟ ରଞ୍ଜନ କୁଣ୍ଡୁଙ୍କୁ ତାଙ୍କ ବାପାଙ୍କ ସାମ୍ନାରେ ୩୩ ଥର ଛୁରୀ ଭୁସି ହତ୍ୟା କରି ଅଶୋକ ଓ ମନୋଜ। ମାମଲାର ବିଚାର କରି ଏହି ଦଣ୍ଡାଦେଶ ଶୁଣାଇଛନ୍ତି ବିଚାରପତି।

TT Ads

Leave a Reply

Your email address will not be published. Required fields are marked *