ପାଠ ପଢ଼ିବାର କୌଣସି ବୟସ ନ ଥାଏ। ଏହା ପ୍ରମାଣିତ କରିଛନ୍ତି ତାମିଲନାଡ଼ୁର ମାଆ ଝିଅ। ଏକା ସାଙ୍ଗରେ ନିଟ୍ ପରୀକ୍ଷା ଦେଇ ପାସ୍ କରିଛନ୍ତି ୪୯ ବର୍ଷୀୟ ମାଆ ଓ ଝିଅ। ଏହି ଖବର ଆସିବା ପରେ ଏବେ ସାରା ଦେଶରେ ସେହି ମାଆ ଜଣଙ୍କୁ ନେଇ ଚର୍ଚ୍ଚା ଲାଗି ରହିଛି।
ଖବର ନେବାରୁ ଜଣାପଡ଼ିଛି ଯେ, ଝିଅ ନିଟ୍ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ଦେଖି ଫିଜିଓଥେରାପିଷ୍ଟ ଅମୁଥାଭଲ୍ଲୀ ମଣିଭନ୍ନନଙ୍କର ବି ପରୀକ୍ଷା ଦେବାକୁ ଇଚ୍ଛା ହୋଇଥିଲା। ପଢ଼ା ପରେ ତାଙ୍କର ଡାକ୍ତରୀ ପଢିବାକୁ ଇଚ୍ଛାଥିଲେ ବି ବିଭିନ୍ନ ସମସ୍ୟା ପାଇଁ ତାଙ୍କ ସ୍ୱପ୍ନ ପୂରା ହୋଇ ନ ଥିଲା ଆଉ ସେ ଫିଜିଓଥେରାପିକୁ ବାଛିଥିଲେ। ମାତ୍ର ୩ ଦଶନ୍ଧି ପରେ ଝିଅର ମେଡିକାଲ ପ୍ରସ୍ତୁତି ଦେଖି ପୁଣିଥରେ ସେ ନିଟ୍ ପାଇଁ ଫର୍ମ ପୂରଣ କରିଥିଲେ। ମାଆ ଝିଅ ଏକାଥରରେ ପରୀକ୍ଷା ଦେଇ କୃତକାର୍ଯ୍ୟ ହୋଇଛନ୍ତି।
ସେ କହିଛନ୍ତି ଯେ, ତାଙ୍କ ସମୟର ସିଲାବସ୍ ଏବେ ବହୁତ ଜଟିଳ ଥିଲା ଏବଂ ପାଠପଢ଼ା ପୂରା ବଦଳିଯାଇଛି। ମାତ୍ର ଝିଅ ଠାରୁ ବହି ଆଣି ଏବଂ ଝିଅର ସାହାଯ୍ୟ ନେଇ ସେ ପୁଣିଥରେ ସେ ମନ ଲାଗଇ ପାଠ ପଢ଼ିଥିଲେ। ଝିଅ କୋଚିଂ ନେଉଥିବାରୁ ତା ଠାରୁ ବହି ଆଣି ପ୍ରସ୍ତୁତ ହେଉଥିଲେ। ଝିଅ ବି ମାଆର ସ୍ୱପ୍ନକୁ ପୂରା କରିବାକୁ ମାଆକୁ ସାହାଯ୍ୟ କରିଥିଲେ।
ଆଉ ଶେଷରେ ଝିଅ ସହ ମାଆ ଦୁଇ ଜଣ ଯାକ ନିଟ୍ ପରୀକ୍ଷାରେ ପାସ୍ କରିଛନ୍ତି। ଆଉ ୪୯ ବର୍ଷୀୟା ମାଆ ଜଣଙ୍କ ନିଜ ଜିଲ୍ଲାରେ ଥିବା ଏକ ସରକାରୀ ମେଡିକାଲ କଲେଜରେ ସିଟ୍ ପାଇଛନ୍ତି। ତେବେ ନିଟ୍ ପାସ୍ ପରେ ଝିଅକୁ ସବୁ ଶ୍ରେୟ ଦେଇଛନ୍ତି। ଝିଅଙ୍କୁ ଦେଖି ସେ ପରୀକ୍ଷା ପାଇଁ ଆଗ୍ରହ ପ୍ରକାଶ କରିଥିଲେ ବୋଲି କହିଛନ୍ତି ମାଆ।
ଅପରପକ୍ଷେ ଝିଅ ମଧ୍ୟ ମାଆଙ୍କ ପ୍ରତି କୃତଜ୍ଞତା ଜଣାଇଛନ୍ତି।
ସେ କହିଛନ୍ତି, ମୁଁ ଚାହୁଁଥିଲି କାହାକୁ ପଢ଼ାଇ କିମ୍ବା କେହି ମୋ ସହ ଏହି ପାଠପଢାରେ ସହଯୋଗ କରୁ ଯାହା ଫଳରେ ମୁଁ ରିଭାଇଜ୍ କରି ପାରିବି। ଯେହେତୁ ବାପା ଓକିଲ ସେ ଏଥିରେ ଆଗ୍ରହ ଦିଅନ୍ତିନି ମାତ୍ର ମାଆ ମେଡିକାଲ ବ୍ୟାକଗ୍ରାଉଣ୍ଡରୁ ଆସିଥିବାରୁ ସେ ଏହି କାମକୁ ମୋର ସହଜ କରିବା ସହ ସିଏ ବି ସଫଳ ହୋଇଛନ୍ତି।


