TT Ads

ଓଡ଼ିଶାରେ ବିଜେପି ଦେଇଥିବା ନିର୍ବାଚନ ପ୍ରତିଶ୍ରୁତି କେତେ ପୂରଣ କରିଛି। ଏହା ଦିଲ୍ଲୀର ୧୦ ଟି ନିର୍ବାଚନ ମଣ୍ଡଳୀରେ ରହୁଥିବା ୮ ଲକ୍ଷ ଓଡ଼ିଆ ଭୋଟରଙ୍କୁ ପ୍ରଭାବିତ କରିବ କି ? ଦିଲ୍ଲୀ ନିର୍ବାଚନ ପରିପ୍ରେକ୍ଷୀରେ ଓଡିଶାରେ ଉତ୍କର୍ଷ ଓଡ଼ିଶା ଶିଳ୍ପ ମହାକୁମ୍ଭ ଆୟୋଜନ କରି କି ବାର୍ତ୍ତା ଦେବାକୁ ଚାହୁଁଛନ୍ତି ରାଜ୍ୟ ସରକାର।

ଆଉ ଦିନ କେତୋଟି ପରେ ଦିଲ୍ଲୀ ବିଧାନସଭା ପାଇଁ ମତଦାନ ହେବାକୁ ଯାଉଛି। ଦିଲ୍ଲୀରେ ଏଥର ପ୍ରମୁଖ ରାଜନୈତିକ ଦଳ ବିଜେପି, କଂଗ୍ରେସ ଓ ଆପ୍ ଲଢେଇକୁ ଓହ୍ଲାଇଛନ୍ତି। କିନ୍ତୁ ବାମ ଦଳଗୁଡ଼ିକର ଚାପରେ କଂଗ୍ରେସ ଏକ ପ୍ରକାର ନୀରବ ହୋଇଯାଇଛି। ଏପଟେ କଂଗ୍ରେସର ଭୋଟରଙ୍କୁ ହାତେଇବାକୁ ଆମ୍ ଆଦମୀ ପାର୍ଟି ଲାଗି ପଡ଼ିଛି।

ଅପରପକ୍ଷେ ଦିଲ୍ଲୀରେ ରହୁଥିବା ୮ ଲକ୍ଷ ଓଡ଼ିଆଙ୍କୁ ନଜର କରି ଓଡ଼ିଶାରୁ ବିଜେପି ନେତାମାନେ ସେଠାରେ ଡେରା ପକାଇଛନ୍ତି। ଏ ସବୁ ସତ୍ତ୍ବେ ଗତ ନିର୍ବାଚନରେ ଓଡ଼ିଶାବାସୀଙ୍କୁ ଦେଇଥିବା ପ୍ରମୁଖ ପ୍ରତିଶ୍ରୁତି ଦେଇ ପ୍ରଥମଥର ଏକକ କ୍ଷମତାସୀନ ବିଜେପି ପୂରଣ କରି ନ ଥିବା ଅଭିଯୋଗ କରିଛି ଆମ୍ ଆଦମୀ ପାର୍ଟି (ଆପ)। ଆପର ଓଡ଼ିଶା ମୁଖ୍ୟ ନିଶିକାନ୍ତ ମହାପାତ୍ର କହିଛନ୍ତି ଯେ ରାଜ୍ୟବାସୀଙ୍କୁ ୩୦୦ ୟୁନିଟ ମାଗଣା ବିଜୁଳି ଦେବାକୁ କହି କ୍ଷମତାକୁ ଆସିବା ପରେ ଓଡ଼ିଶାରେ ସ୍ମାର୍ଟ ମିଟର ବସାଇ ଶୋଷଣ କରୁଛନ୍ତି ବିଜେପି ସରକାର। ସେହିଭଳି ସୁଭଦ୍ରା ଯୋଜନାରେ ପ୍ରତ୍ୟେକ ମହିଳାଙ୍କୁ ବର୍ଷକୁ ୫୦ ହଜାର ଟଙ୍କା ଦେବାକୁ କାହିଁ କ୍ଷମତାକୁ ଆସିଥିବା ବିଜେପି ସରକାର ପୁରା ପାଞ୍ଚ ବର୍ଷରେ ୫୦ ହଜାର ଟଙ୍କା ଦେବା ଆରମ୍ଭ କରିଛି ବୋଲି ଶ୍ରୀ ମହାପାତ୍ର ଅଭିଯୋଗ କରିଛନ୍ତି।

ଅପରପକ୍ଷେ ଦିଲ୍ଲୀ ନିର୍ବାଚନକୁ ଆଖିଆଗରେ ରଖି ଓଡ଼ିଶା ସରକାର ଶିଳ୍ପ ସଂସ୍ଥାକୁ ପ୍ରୋତ୍ସାହିତ କରି ଓଡ଼ିଶାରେ ପୁଞ୍ଜି ନିବେଶ ପାଇଁ ଉତ୍କର୍ଷ ଓଡ଼ିଶା କାର୍ଯ୍ୟକ୍ରମ ଆୟୋଜନ କରିଛନ୍ତି ରାଜ୍ୟ ସରକାର। ପ୍ରଧାନମନ୍ତ୍ରୀ ଓଡ଼ିଶା ଆସୁଛନ୍ତି।  ଲକ୍ଷ୍ୟ ରହିଛି ଓଡ଼ିଶାରୁ ଦିଲ୍ଲୀର ପ୍ରବାସୀ ଭୋଟରଙ୍କ ମନ ଜିଣିବା। ଦିଲ୍ଲୀରେ ରହୁଥିବା ଓଡ଼ିଆଙ୍କୁ ନିଜ ମାଟିକୁ ଫେରାଇ ଆଣିବା ପାଇଁ ଏହି ଯୋଜନା କରୁଛି ବୋଲି ଓଡ଼ିଶାର ନେତା ଓ କର୍ମୀ ଦିଲ୍ଲୀରେ ଜୋରଦାର ପ୍ରଚାର ଆରମ୍ଭ କରିଛନ୍ତି। ତେବେ ୮ ଲକ୍ଷ ଓଡ଼ିଆ ଭୋଟର କେତେ କାହା ଦ୍ଵାରା ପ୍ରଭାବିତ ଦେଉଛନ୍ତି ତାହା ଦେଖିବାକୁ ବାକି ରହିଲା।

TT Ads

Leave a Reply

Your email address will not be published. Required fields are marked *