ଉତ୍ତରପ୍ରଦେଶର ପ୍ରୟାଗରାଜରେ ଚାଲିଥିବା ମହା କୁମ୍ଭରେ ପୁଣି ଅଘଟଣ। ସେକ୍ଟର ୧୮ ଶଙ୍କରାଚାର୍ଯ୍ୟ ମାର୍ଗରେ ଭୟାବହ ଅଗ୍ନିକାଣ୍ଡ ଘଟି ବ୍ୟାପକ କ୍ଷତି ହୋଇଛି

ଅଗ୍ନିଶମ ବାହିନୀ ନିଆଁଲିଭା କାର୍ଯ୍ୟରେ ଲାଗିଛନ୍ତି। କିଭଳି ନିଆଁ ଲାଗିଲା ସେ ନେଇ ସ୍ପଷ୍ଟ ହୋଇ ନ ଥିଲେ ମଧ୍ୟ ରୋଷେଇରୁ ଏହି ଅଗ୍ନିକାଣ୍ଡ ଘଟିଥାଏ ବୋଲି ଅନୁମାନ କରାଯାଉଛି। ପ୍ରକାଶ ଥାଉ କି ମେଳା ଆରମ୍ଭରୁ ବାରମ୍ବାର ବିଭିନ୍ନ ଷ୍ଟଲରେ ନିଆଁ ଲାଗିଛି। ତୃତୀୟ ଥର ପାଇଁ ଏଭଳି ବଡ ଧରଣର ଅଗ୍ନିକାଣ୍ଡ ଘଟିଥିବା ଜଣା ପଡ଼ିଛି। ସେହିଭଳି ଗତ ମୌନୀ ଅମାବାସ୍ୟା ସ୍ନାନ ପାଇଁ ଭିଡ ହୋଇ ୩୦ ଜଣଙ୍କ ମୃତ୍ୟୁ ହୋଇଥିଲା।