କଂଗ୍ରେସ ନେତା ତଥା ପୂର୍ବତନ ମନ୍ତ୍ରୀ ନିରଞ୍ଜନ ପଟ୍ଟନାୟକଙ୍କ ପିଛା ଛାଡ଼ୁ ନାହାନ୍ତି ଚୋର। ଶ୍ରୀ ପଟ୍ଟନାୟକଙ୍କ ଆଇଆରସି ଅଞ୍ଚଳରେ ଥିବା ଅନ୍ୟ ଏକ ଘରୁ ପୁଣି ଥରେ ଚୋରି ଉଦ୍ୟମ ହୋଇଛି।
କିନ୍ତୁ ସିସିଟିଭି କ୍ୟାମେରାରେ କଏଦ ହୋଇଛି ଚୋରଙ୍କ ଫୁଟେଜ। ଚୋର ଝରକା ତାଡି ଘର ଭିତରେ ପଶିଥିଲା। କର୍ମଚାରୀମାନେ ଚୋରକୁ କାବୁ କରିବା ପାଇଁ ଉଦ୍ୟମ କରିଥିଲେ। ଶେଷରେ ଚୋରକୁ କାବୁ କରି ପୁଲିସ ଜିମା ଦେଇଛନ୍ତି ସୁରକ୍ଷା କର୍ମୀ। ପୁଲିସ ଚୋରକୁ ଥାନାରେ ଅଟକ ରଖି ପଚରାଉଚରା କରୁଛି।
ପ୍ରକାଶ ଥାଉ କି ଗତ ୨୫ ତାରିଖ ବିଳମ୍ବିତ ରାତିରେ ନିରଞ୍ଜନଙ୍କ ଭିଆଇପି ଅଞ୍ଚଳସ୍ଥିତ ବାସଭବନରେ ଚୋର ପଶି ପ୍ରାୟ ୫୦ ଲକ୍ଷ ଟଙ୍କାର ସୁନାଗହଣା ସହ ନଗଦ ଟଙ୍କା ଲୁଟି ନେଇଥିଲେ ଚୋର। ଘରେ କେହି ନ ଥିବାର ସୁଯୋଗ ନେଇ ଚୋର ଘରଭିତରେ ପଡ଼ି ଆଳମିରାରୁ ନଗଦ ଟଙ୍କା ଓ ସୁନାଗହଣା ପୋଛି ନେଇଥିଲେ। ଏ ସବୁର ଦୃଶ୍ୟ ସିସିଟିଭିରେ କାଏଦ ହୋଇଥିଲା। ଏନେଇ ନୟାପଲ୍ଲୀ ଥାନାରେ ଅଭିଯୋଗ ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଲୁଟେରାଙ୍କୁ କାବୁ କରିପାରିନାହିଁ ପୁଲିସ।


